ଜାତିଭେଦ ପ୍ରକରଣ - ବେଣୁଧର ସୁରୁଜାଳଙ୍କ ରଚନାରୁ

 

କାହିଁକି ହୋଇଲା ଜାତିଭେଦ ପ୍ରକରଣ                             
 ସନ୍ଦେହ ମୋଚନ କରିବେ ଆହେ ଗୁରୁଜନ ।   
 
ଯଦି ଧର୍ମେ ଚାରିବର୍ଣ୍ଣ ପଂଚମ ତ ନାହିଁ   

ତେବେ ହଜାର ହଜାର ଜାତି ଉତ୍ପନ୍ନ କିମ୍ପାଇଁ ?? 

ତହିଁରେ ରହିଛି ପୁଣି ସାନବଡ଼ ଜାତି     

ଶାସ୍ତ୍ରେ ନାହିଁ ତେବେ କିଆଁ ହୋଇଲା ଉତ୍ପତ୍ତି ।   

ମଣିଷ ମଣିଷ ମଧ୍ଯେ ଭେଦଭାବ କିଆଁ     

କିଏ ବା ପୁଜ୍ୟ କାହିଁକି କିଏ ବା ଅଛୁଆଁ ??    

ସେବା ଯଦି ଶ୍ରେଷ୍ଠ ଧର୍ମ ଶୁଦ୍ର କିଆଁ ନୀଚ୍ଚ ?

କାହିଁକି ଧରମ ନାମେ ଚାଲେ ଖଚମିଛ  ??    
 
ଶୁଦ୍ର ହୋଇ ଯେ ସମାଜ ସେବା କରୁଥାଇ    

ତା ପେଟକୁ ଦାନା, ଦେହେ କନା ନ ମିଲଇ ।।  

ଉଚ୍ଚ-ନୀଚ୍ଚ ଜାତି  ବନ୍ଧନେ ସମାଜ

କିଆଁ ଛନ୍ଦି ହୋଇଯାଇଛି ?       
     
ମନୁଷ୍ୟକୁ ମନୁଷ୍ୟ  କାହିଁକି  ବାରଣ     

ପ୍ରତାରଣା, ଘୃଣା,ନିର୍ଯାତନା ନିତି କରୁଛି ?  

ପ୍ରକୁତିରକୋଳେ ତା ଜୀବନେ କି କେବେ   

ପାଇବ ସେ ମଣିଷର ପରିଚୟ ?

ସମ୍ମାନର ସହ ବଂଚିବ ସମାଜେ     

ମାନବତାର ହେବ ଜୟ ।।     



ବେଣୁଧର ସୁରୁଜାଳ
ସ.ଶିକ୍ଷକ , ସୋନପୁର
ମୋ-9778881774

Post a Comment

0 Comments